ଭାଇ ଓ ଭଉଣୀମାନେ। ଆପଣମାନେ ଓଡିଶା ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ କେଇପାଦ ଆଗେଇ ନେଇଥିବାରୁ ସମସ୍ତଙ୍କୁ ସାଧୁବାଦ। ଆନ୍ଦୋଳନ ଯେତିକି ଦିନ ବଢି ବଢି ଯାଉଛି ଆମ ଓଡ଼ିଶାର grs ମାନଙ୍କର ଏକତା ସେତିକି ଦୃଢ଼ୀଭୂତ ହେଉଛି। ସରକାର ଆମମାନଙ୍କ ନାଯ୍ୟ ଦାବି (ଚାକିରୀ ନିୟମିତ)କୁ ଗ୍ରହଣ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଆମ ମାନଙ୍କ ପ୍ରତି ସରକାରର ଦରଦ ନାହିଁ। ଅଛି ଧମକପୂର୍ଣ୍ଣ ଚିଠି ଆଉ ପ୍ରତାରଣା। ଭୋକ ଉପାସରେ ଛଟ ପଟ ହେଉଥିବା, ପରିବାରକୁ ମୁଠେ ଖାଇବାକୁ ଦେଇ ପାରୁନ ଥିବା ଆଉ ବଢ଼ୁଆ ପିଲାଙ୍କ ପଢିବା ଚିନ୍ତା ତଥା ବୁଢ଼ା ପିତାମାତାଙ୍କ ପାଇଁ ପରିଣତ ବୟସରେ ଆର୍ଥିକ ଦୁରାବସ୍ଥା ଯୋଗୁଁ ଔଷଧ ଟିକିଏ ଦେଇ ପାରୁ ନ ଥିବା ଆମ grs ଭାଇ ଭଉଣୀ ଦୁର୍ବିସହ ଜୀବନ ବିତାଉଛନ୍ତି। ଏହା କଣ ଜୀବନ ? ଆଉ କେତେ ଦିନ ଏପରି ରହିବା ? ଏହି କଥା ଗପ ନ ହେଲେବି ସତ। ଆପଣ ନିଜକୁ ଟିକେ ପଚାରନ୍ତୁ ! ଦୀର୍ଘ 12 ବର୍ଷର କଷ୍ଟସାଧ୍ୟ, ଭବିଷ୍ୟତ ହୀନ ଚାକିରୀ ଅତୀତର British କଲେଙ୍କାରୀ ଠାରୁ କିଛି କମ ନୁହେଁ। ଏ ପରିପ୍ରେକ୍ଷୀରେ ଆମ୍ଭେ ନିଜକୁ ଜଣେ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକର ପରିଚୟ ଦେବାକୁ ଅକ୍ଷମ ମଣୁଛୁ। ଗୋଟିଏ ଯୋଜନା ରେ ଜଣକୁ ଚାକିରୀ ନିୟମିତ କରାଯାଉଥିବା ବେଳେ ଅନ୍ୟ ଜଣକୁ ସାବତ ପୁଅର ମାନ୍ୟତା ଦିଆଯାଉଛି। ଏହା କଣ ନିରପେକ୍ଷ ବିଛାର ! ଆମ ପାଇଁ ସାମାଜିକ ନ୍ୟାୟ କାହିଁ ? ସରକାର ଆମ ଭିତରେ ବିଭେଦ ସୃଷ୍ଟି ଓ ଶାସନ କରିବା ପାଇଁ ତତ୍ପର। କିନ୍ତୁ grs ଙ୍କ ଭବିଷ୍ୟତ ପାଇଁ ଟିକେ ଦରଦ ନାହିଁ। ଯେଉଁ grs ଙ୍କ ଯୋଗୁଁ ପଞ୍ଚାୟତିରାଜ ବିଭାଗ ବାହା ବାହା ନେଉଛି, ସେମାନଙ୍କୁ ଟିକେ ଆଡ଼ ଦୃଷ୍ଟିରେ ଦେଖୁ ନାହିଁ। ଆସନ୍ତୁ ! ଆମେ ଆମ ଭବିଷ୍ୟତ ପାଇଁ ଲଢେଇ କରିବା। ଏକଜୁଟ ହେବା। ଗୋଟିଏ ପରିବାରର ପରିଚୟ ଦେବା। ପରିବାର ମୁଖ୍ୟ ଙ୍କ ସହିତ ରହି ଲଢେଇରେ ଝାସ ଦେବା। ଅବଶ୍ୟ ଆମର ଭବିଷ୍ୟତ କାର୍ଯ୍ୟ ସଫଳ ହେବ। ଅତୀତରେ ଏହି ଅପରୁଆ ସରକାର ଆମକୁ ଅନେକ ଧମକ ଦେବାର ନଜିର ରହିଛି। ଦାମ୍ଭିକତାର ଆମେ ତାହାର ଜବାବ ଦେଇଛେ। ଆଶା କରାଯାଉଛି ଭବିଷ୍ୟତରେ ସରକାରଙ୍କ ଧମକ ପୂର୍ଣ୍ଣ ଚିଠି ଆମକୁ ବିଚଳିତ କରିପାରିବ ନାହିଁ। ଆମକୁ ସରକାର ଯେ ପର୍ଯ୍ୟନ୍ତ ନିୟମିତ କରି ନାହିଁ, ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରୀ ରହିବ। ଆମେ ଓଡ଼ିଶାବାସୀ, ଆମେ ଭାରତ ବାସୀ.........🙏🏻🙏🏻🙏🏻 Tuna Dandsena(FB)